ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ!

ମାର୍ଚ୍ଚ ୨୪ରେ ଶପଥ ଗ୍ରହଣ

0

ନୂଆଦିଲ୍ଲୀ: ପ୍ରମୋଦ ସାୱନ୍ତ ଗୋଆର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସ୍ଥିର। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ କରିବେ । ଏହି ବିଷୟରେ ସୋମବାର ବିଜେପି ବିଧାୟକ ଦଳ ବୈଠକ ହୋଇପାରେ । ସେ କହିଛନ୍ତି, ‘ଆସନ୍ତାକାଲି ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ବାବଦରେ ଘୋଷଣା କରାଯିବ’। ଏହାପୂର୍ବରୁ ପ୍ରମୋଦ ସାୱନ୍ତ ବିଧାୟକ ବିଶ୍ୱଜିତ୍ ରାଣେଙ୍କ ସହ ଦିଲ୍ଲୀରେ ପହଞ୍ଚି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏଠାରେ ରାଣେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ଥିବା କହିଥିଲେ।
ଗୋଆ ସରକାର ଗଠନ ପାଇଁ ବିଜେପି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ.ମୁରୁଗନଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଗତ ବୁଧବାର ପ୍ରମୋଦ ସାୱନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିଲେ। ୪୦ ବିଧାନସଭା ଆସନ ଥିବା ଗୋଆରେ ବିଜେପି ୨୦ ଆସନରେ ବିଜୟୀ ହୋଇଛି। ଏମଜିପିର ଦୁଇ ବିଧାୟକ ଏବଂ ତିନି ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନ ବିଜେପିକୁ ରହିଛି। ଗୋଆରେ ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି।

Leave a comment