ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି । ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ପ୍ରମିଳା । ବାଚସ୍ପତି ଭାବେ ପ୍ରମିଳା ଦାୟିତ୍ୱ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି, ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ପାଇଛି ।
ଏହା ଏକ ଐତିହାସିକ ମୁହୂର୍ତ୍ତ । ଏହାସହ ବିରୋଧୀ ଦଳ ନେତା ମଧ୍ୟ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରପେକ୍ଷତା ନୀତି ଆପଣାଇବାକୁ କହିଛନ୍ତି ।
ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସର୍ବସମ୍ମତି କ୍ରମେ ନିଦ୍ୱନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରମିଳା । ଗୃହର ପଦମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରମିଳା । ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ କହିଛନ୍ତି ବାଚସ୍ପତି ।
ଗତକାଲି ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରମିଳା ମଲ୍ଲିକ । ତେବେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ ନ କରିବାରୁ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିଲେ ପ୍ରମିଳା ।