ଦିଲ୍ଲୀରେ ବିଜେପିରେ ଯୋଗଦେଲେ ପ୍ରକାଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଲେପୁର ବିଧାୟକ ପ୍ରକାଶ ବେହେରା ଗତକାଲି କଂଗ୍ରେସରୁ ଇସ୍ତଫା ଦେବାପରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା ତାହା ଆଜି ସତ ହେଲା । ପ୍ରକାଶ ଆଜି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂଦେଓ ଓ ଜାତୀୟ-ଉପସଭାପତି ତଥା ଦଳର ମୁଖପାତ୍ର ବୈଜୟନ୍ତ ପଣ୍ଡା ଆଦି ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଅନେକ ଦିନରୁ ଦଳ ଛାଡି ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚାରେ ଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଛନ୍ତି ।
ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଥିଲେ । ପ୍ରକାଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ।ପ୍ରକାଶ ନିଜର ୨୦ବର୍ଷର ସମ୍ପର୍କ କଂଗ୍ରେସ ଠାରୁ ଚ୍ଛିନ୍ନ କରିଛନ୍ତି । ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ଇସ୍ତଫା ପତ୍ର ଦର୍ଶାଇଥିଲେ। ବିଜେପିର ଶୀର୍ଷ ନେତାଙ୍କ ସହ ଯୋଗାଯୋଗରେ ଥିଲେ ପ୍ରକାଶ ବେହେରା । ତେଣୁ ସେ ବିଜେପିରେ ଯୋଗଦେବା ନେଇ ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।

Leave a comment