ପୂର୍ବତନ ଅନୁଶାସନ ସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ୱାରା ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ ପ୍ରକାଶ ଚନ୍ଦ୍ର ରଥ ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ, ଗିରଫ ପ୍ରକାଶ ରଥ ଚାକିରିରେ ଥିବା ସମୟରେ ଇ ମେଧାବୃତ୍ତି ସ୍କଲାରସିପରେ ବ୍ୟାପକ ଅନିୟମିତତା କରିଥିଲେ। ଅର୍ଥାତ ପ୍ରକାଶ ରଥ କାର୍ଯ୍ୟରତ ଥିବା ବେଳେ ସ୍କଲାରସିପ ପାଇଁ ଯୋଗ୍ୟ ନଥିବା ୨୩୫ ଜଣ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା।
ଏଥିସହିତ ୨୦୧୪-୧୫ ମସିହାରେ ଉଚ୍ଚ ଶିକ୍ଷା ବିଭାଗ ମେଧାବୃବୃତ୍ତି ଯୋଜନାରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଜାଣିବାକୁ ପାଇଥିଲା। ଏହାପରେ ୨୦୧୭ ମସିହାରେ ଏହାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଏକ ଚିଠି କରିଥିଲେ ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷା ବିଭାଗ ଚିଠିକୁ ଆଧାର କରି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରି ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ।