ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗ, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଦସ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଦସ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରସଙ୍ଗରେ ଗାନ୍ଧି ମୂର୍ତ୍ତି ତଳେ ବିଜେପି ସଦସ୍ୟ ଧାରଣା ଦେଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ବିଜେପି ସଦସ୍ୟ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗରେ କହିବାର ସୁଯୋଗ ଦେଇନଥିବାରୁ ହୋହଲ୍ଲା ହୋଇଥିଲା । ଶୂନ୍ୟକାଳରେ ଉଠିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ । ବାରମ୍ବାର ଅଭିଯୋଗ ହେବା ପରେ ଓଡିଶାରେ କେନ୍ଦ୍ର ଟିମ୍ ତଦନ୍ତ କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହି ପ୍ରସଙ୍ଗ ଉଠାଇଥିଲେ । ଏଥିରେ ୧୦୦୦ କୋଟି ଦୁର୍ନୀତି ହୋଇଥିବା ଜଣାପଡିଛି । ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି । ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ୧୦ ମିନିଟ୍ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଗୃହକୁ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।
ସେପଟେ ପ୍ରଧାନମନ୍ତ୍ରୀ ଆାବସ ଯୋଜନାରେ ପଶ୍ଚିମ ଓଡିଶାକୁ ଅବହେଳା କରାଯାଇଛି ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ ଉଠାଇଥିଲେ । ୯ଟି ଜିଲ୍ଲାକୁ ଗୋଟିଏ ଘର ଦିଆଯାଇନାହିଁ। ପଶ୍ଚିମ ଓଡିଶାରେ ନିଆଁ ଜଳୁଛି। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Leave a comment