ଡାର୍କହର୍ଷ ହୋଇପାରନ୍ତି ପ୍ରଦୀପ ନାୟକ

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଯେତେବେଳେ ସମସ୍ତେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବେ ବୋଲି ଅନୁମାନ କରୁଥିଲେ ସେତେବେକେ କେବଳ ଓଡ଼ିଶା ଫାଷ୍ଟ ପ୍ରଦୀପ ନାୟକ ବିରୋଧୀ ଦଳ ନେତା ହୋଇପାରନ୍ତି ବୋଲି ପୂର୍ବାନୁମାନ ଅନୁମାନ କରିଥିଲା । ସେତେବେଳର ନିଉଜ ଅନୁଯାୟୀ ପ୍ରଦୀପ ନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହିଁ ପାରନ୍ତି ବୋଲି ଅନୁମାନ କରିଥିଲା ଓଡ଼ିଶା ଫାଷ୍ଟ । ଯାହାକି ଆଜି ସତ ପ୍ରମାଣିତ ହୋଇଛି । ବିରୋଧୀ ଦଳର ନେତା ଭାବରେ ପ୍ରଦୀପ ନାୟକଙ୍କୁ ଚୟନ କରାଯାଇଛି ।
ସେତେବେଳେ ନିଉଜ ଅନୁଯାୟୀ: ଜୟନରାୟଣ ନହୋଇ ପ୍ରଦୀପ ନାୟକଙ୍କୁ ଧର୍ମେନ୍ଦ୍ର ଚାହିଁପାରନ୍ତି । କେନ୍ଦ୍ରୀୟ ସ୍ତରରେ ବିଜେପି ଦଳୀତ ଭୋଟ ବ୍ୟାଙ୍କକୁ ସବୁବେଳେ ପ୍ରାଧାନ୍ୟ ଦେଉଛି । ଦଳିତ ଭୋଟ ହେଉଛି ୩୦% ।
ନିକଟରେ ଥାବର ଚନ୍ଦ ଗେହେଲଟଙ୍କୁ ସମ୍ପୂର୍ଣ୍ଣ ଭାବେ ଫ୍ରି ସ୍ୱିଫ୍ଟ କଲା ବିଜେପି । ସେହିପରି ରାମନାଥ କୋବିନ୍ଦକୁ ରାଷ୍ଟ୍ରପତି କରିଛନ୍ତି । ଦଳିତଙ୍କ ଭୋଟକୁ ନିଜ ଭୋଟ ବ୍ୟାଙ୍କରେ ପରିଣତ କରିଛନ୍ତି । ଏପରିକି ୨୦୧୯ ନିର୍ବାଚନରେ ମାୟାବତୀଙ୍କ ଠାରୁ ଅଧିକ ଦଳିତ ଭୋଟ ବିଜେପି ଅକ୍ତିଆର କରିଛି । ତେଣୁ ସମଗ୍ର ଭାରତରେ ଦଳିତ ଭୋଟ ନିଜ ସପକ୍ଷରେ କରିବା ପାଇଁ ବିଜେପି ଦଳିତ ନେତାଙ୍କୁ ପ୍ରାଧାନ୍ୟ ଦେଉଛି । ତେଣୁ ଓଡ଼ିଶାରେ ଜୟନାରାୟଣ ମିଶ୍ର ଙ୍କ ବଦଳରେ ପ୍ରଦୀପ ନାୟକ ଙ୍କୁ ବିରୋଧୀ ଦଳର ନେତା କରାଯିବା ସମ୍ଭାବନା ଅଧିକ ରହିଛି । ପ୍ରଦୀପ ମଧ୍ୟ ଓଡ଼ିଶା ବଜେପିର ଜଣେ ଆଗଧାଡ଼ିର ନେତା । ତେଣୁ ପ୍ରଦୀପଙ୍କୁ ବିରୋଧୀ ଦଳର ନେତାଭାବେ ଚୟନ କରିବାର ସମ୍ଭାବନା ଅଧିକ ।
ସୂଚନା ଅନୁଯାୟୀ, ଗତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେପିର ଗଡ଼ ତିଆରି କରିଥିବା ପ୍ରଦୀପ ନାୟକଙ୍କୁ ବିଧାୟକ ପଦପାଇଁ ନିର୍ବାଚନ ଲଢ଼ିବାକୁ ପଡିଥିଲା । ଯେତେବେଳେକି ସେ ସାଂସଦ ପଦପାଇଁ ଆଶାୟୀ ଥିଲେ । କଳାହାଣ୍ଡି ସାଂସଦ ପଦ ପାଇଁ ରାଜ୍ୟ ବିଜେପି ବସନ୍ତ ପଣ୍ଡାଙ୍କୁ ଟିକେଟ ମିଳିଥିଲା । ଯାହାକୁ ନେଇ ପ୍ରଦୀପ ଅସନ୍ତୁଷ୍ଟ ମଧ୍ୟ ଥିଲେ । ତେଣୁ ପ୍ରଦୀପଙ୍କୁ ବିରୋଧୀ ଦଳର ନେତାଭାବେ ଚୟନକରି ତାଙ୍କୁ ମାନଇବା ସହ ଦଳିତ ଭୋଟ ଅକ୍ତିଆର କରିବାକୁ ଆଶାରଖିଛି । ସେହିପାରି ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବାକୁ ବିଜେପି ନିଜ ଗେମ ପ୍ଲାନ କରୁଥିବା ମଧ୍ୟ ସୂଚନା ମିଳିଛି ।