ମହଙ୍ଗା ପଡିଲା ଲୋକ ବିରୋଧୀ କାର୍ଯ୍ୟ : ବିଜେପିକୁ ଯିବା ନେଇ ଚର୍ଚ୍ଚା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜୁ ଜନତା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଲୋକ ବିରୋଧୀ କାର୍ଯ୍ୟ ମହଙ୍ଗା ପଡିଛି। ଫଳସ୍ୱରୂପ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ଏହି ସୂଚନା ଦିଆଯାଇଛି । ଲୋକ ବିରୋଧୀ କାର୍ଯ୍ୟ ପାଇଁ ଦଳ ବହୁଦିନ ଧରି ଅସନ୍ତୁଷ୍ଟ ଥିଲା। ଏନେଇ ତାଙ୍କୁ 3rd floorକୁ ଡକାଇ ତାଗିଦ କରା ଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ସେ ଲୋକ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ନହେବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଅନ୍ୟପକ୍ଷରେ ପ୍ରଦୀପ ବିଜେପି ରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ଦୁଇ ଥରର ବିଧାୟକ । ସେ ପୂର୍ବତନ ମନ୍ତ୍ରୀ ମଧ୍ୟ । ଦଳ ପକ୍ଷରୁ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ସୂଚନା ଦିଆଯାଇଛି । ବିଭିନ୍ନ ଲୋକ ବିରୋଧୀ କାର୍ଯ୍ୟକଳାପ ପାଇଁ ଦଳ ଏହି ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଆଇଏଫଏସ ଅଭୟ ପାଠକଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରଦୀପ । କାରଣ ପ୍ରଦୀପଙ୍କ ଝିଅ ଅଭୟଙ୍କ ପୁଅ ଆକାଶଙ୍କୁ ବିବାହ କରିଥାନ୍ତେ । ଏବେ ଉଭୟ ଅଭୟ ଓ ଆକାଶ ବେଆଇନ ଭାବେ ସମ୍ପତ୍ତି ଠୁଳ ମାମଲାରେ ଜେଲରେ ଅଛନ୍ତି ।ଏତତ୍ ବ୍ୟତୀତ ଅନେକ ଜନ ବିରୋଧୀ କାର୍ଯ୍ୟକଳାପରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା ।

Leave a comment