୬ ଓଡ଼ିଆ ଶିଶୁ ଶ୍ରମିକଙ୍କୁ ପୋଡ଼ି ପାଉଁଶ କରି ଦିଆଗଲା : ପ୍ରଦୀପ ମାଝି

0

ରାଜ୍ୟ ସରକାରଙ୍କୁ କଂଗ୍ରେସ ପ୍ରଶ୍ନ ମାଡ଼ । ଆନ୍ଧ୍ର ପ୍ରଦେଶର ରାମ୍ପଲିରେ ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତ ୩୦ ତାରିଖରେ ୬ ଜଣ ଓଡ଼ିଆ ଶିଶୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ବିଦ୍ୟୁତ୍ ଶର୍ଟ ସର୍କିଟରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିବା ବେଳେ ସେମାନଙ୍କୁ ପୋଡ଼ି ପାଉଁଶ କରି ଦିଆଗଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି।

କେହି ନିଜ ଇଚ୍ଛାରେ ସେଠାକୁ ଯାଇ ନ ଥିଲେ। ଯେଉଁ ଦଲାଲ ସେମାନଙ୍କୁ ନେଇ ଆନ୍ଧ୍ରରେ ବିକ୍ରି କରିଥିଲା ତାକୁ ଏ ଯାଏ ପୁଲିସ୍‌ ଗିରଫ କରିନି।

ଏପରିକି ସେଠାକାର ଫାର୍ମ ମାଲିକଙ୍କ ନାଁରେ କିଛି ମାମଲା ରୁଜୁ ହୋଇନି। ପୁଲିସ୍‌, ଶ୍ରମ ବିଭାଗ, ସରକାର ସମ୍ପୂର୍ଣ୍ଣ ନୀରବ। ହେଲେ ଆସନ୍ତା ୭ ଦିନ ମଧ୍ୟରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆ ନ ଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ପ୍ରଦୀପ ମାଝି।

Leave a comment