ଗିରଫ ହେଲେ ପ୍ରଦୀପ ମହାରଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗିରଫ ହେଲେ ପ୍ରଦୀପ ମହାରଥୀ । ପିଲିଲି ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ଗିରଫ କଲା ପିପିଲି ପୋଲିସ । ଗତକାଲି ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌, ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ଓ ବିଡିଓ ସର୍ଭେଲାନ୍ସ ଟିମ୍‌ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗ କୁ ଭିତ୍ତି କରି ଆଜି ପିପିଲି ପୋଲିସ ମହାରଥୀଙ୍କୁ ପଚରାଉଚରା କରିବାପରେ ଗିରଫ କରିଥିବା ସୂଚନା ଦେଇଛି ।

ସୂଚନା ଅନୁଯାୟୀ, କାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସ୍‌ରେ କିଛି ଅନୈତିକ କାରବାର ହେଉଥିବା ଖବର ପାଇ ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଫାର୍ମହାଉସ ଉପରେ ଚଢାଉ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ଟିମ ଉପରେ ମରଣାନ୍ତକ ଆକ୍ରମଣ କରାଯିବା ସହ ଦୁଇଟି ଭିଡିଓ କ୍ୟାମେରାକୁ ପିଟି ଭାଙ୍ଗି ଦେଇଥିଲେ । ଏହି ଆକ୍ରମଣରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଅଫିସର ରବିନାରାୟଣ ପାତ୍ର,ଏ.ଏସ.ଆଇ ବିନୟ କୁମାର ଦାସ, ବିଡିଓ ସର୍ଭେଲାନ୍ସ ଟିମର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ମଧ୍ୟ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Leave a comment