ମହାରଥୀଙ୍କ ବିରୁଦ୍ଧରେ ପୋଲିସ ଲଗାଇଥିବା ଦଫା ଗୁଡିକ ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଫାର୍ମ ହାଉସରେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗରେ ପିପିଲି ପୋଲିସ ପ୍ରଦୀପ ମହାରଥୀଙ୍କୁ ପିପିଲି ଜେଏମଏଫସି କୋର୍ଟକୁ ଚାଲାଣ କରିଛି । ମହାରଥୀଙ୍କ ବିରୋଧରେ ହତ୍ୟା ଭଳି ସାଙ୍ଘାତିକ ଦଫା ଲଗାଇଛି ପୁଲିସ । ଭାରତୀୟ ପିଙ୍ଗଳ କୋର୍ଟର ଧାରା ୧୪୭, ୧୪୮, ୧୮୮, ୨୯୪, ୩୪୧, ୧୫୩, ୩୩୩, ୧୭୧ ବି, ୫୦୬, ୩୦୭, ୧୪୯, ୧୨୩ ଲୋକ ପ୍ରତିନିଧି ଆଇନ୍ ଦଫା ଲାଗିଛି ମହାରଥୀଙ୍କ ବିରୋଧରେ ।

ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ତାଙ୍କ କର୍ମୀମାନେ ଫ୍ଲାଇଂ ସ୍କାର୍ଡ ଟିମ୍ ଉପରେ ଆକ୍ରମଣ କରିଥିଲେ । ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ । କିଛି ଅନୈତିକ କାମ ହେଉଥିବା ଖବର ପାଇ ପୁଲିସର ଫ୍ଲାଇଙ୍ଗ ସ୍କାର୍ଡ ଟିମ ଏକ ଫାର୍ମ ହାଉସକୁ ଯାଇଥିଲେ । ଫ୍ଲାଇଁ ସ୍କାର୍ଡ ଚେକିଂ ପ୍ରକ୍ରିୟା ଆରମ୍ଭ କରିବା ସମୟରେ ପ୍ରଦୀପ ମହାରଥି ଆସି ପହଞ୍ଚିଥିଲେ ଏବଂ ତାଙ୍କ ଉପସ୍ଥିତିରେ ସେମାନେ ସରକାରୀ କର୍ମଚାରୀଙ୍କ କାମରେ ବାଧା ଦେବା ସହ ମହାରଥୀଙ୍କ ପ୍ରରୋଚନାରେ ଫ୍ଲାଇଂ ସ୍କାର୍ଡର ସଦସ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରିଥିବା କହିଛନ୍ତି ପୁରୀ ଏସପି ଡକ୍ଟର ଉମାଶଙ୍କର ଦାସ ।

ମହାରଥୀଙ୍କ ବିରୁଦ୍ଧରେ ଲାଗିଥିବା ଦଫା ଅନୁଯାୟୀ:

୩୦୭-ହତ୍ୟା ପାଇଁ ଉଦ୍ୟମ
୧୪୭-ଦଙ୍ଗା ସୃଷ୍ଟି ପାଇଁ ଉଦ୍ୟମ କରିବା
୧୪୮-ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆକ୍ରମଣ କରିବା
୧୪୯-ଦଳବଳ ନେଇ ଆକ୍ରମଣ କରିବା
୧୭୧-ବି-ଲାଞ୍ଚ ଦେବାକୁ ଉଦ୍ୟମ କରିବା
୧୮୮- ସରକାରୀ କର୍ମଚାରୀଙ୍କ କାମକୁ ଅବମାନନା କରିବା
୨୯୪- ଅପଶଦ୍ଧ ପ୍ରୟୋଗ ଓ ଅଶାଳୀନ ଇଂଗୀତ କରିବା
୩୪୧-ବେଆଇନ ଭାବେ ଅଟକ ରଖି ଆକ୍ରମଣ କରିବା

Leave a comment