ଗ୍ରାମାଞ୍ଚଳରେ କୋଭିଡ ସଚେତକଙ୍କୁ ପିପିଇ କିଟ ବଣ୍ଟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ଼, ଲିଙ୍ଗିପୂର,ଧଉଳି, ଇଟିପୁର, ଟିକରପଡ଼ା, ଏବଂ ବାସୁଆଘାଇ ପ୍ରଭୃତି ଛଅ ଗୋଟି ଗ୍ରାମ ପଞ୍ଚାୟତର କୋଭିଡ ସଚେତକଙ୍କୁ ପିପିଇ କିଟ ଅସ୍କି ମିଟର, ମାଷ୍କ୍,ଫେସ୍ ସିଲ୍ଡ ପ୍ରଭୃତି ଇନ୍ଦିରା କଲୋନୀ କମ୍ୟୁନିଟି ସେଣ୍ଟର ଠାରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବଣ୍ଟନ କରିଥିଲେ।
ଏହି ଅବସରରେ କୋରୋନା ଆକ୍ରାନ୍ତକାରୀଙ୍କୁ ସଚେତକ ମାନେ କିପରି ସାହାଯ୍ୟ କରିବେ ଏବଂ ଜନସାଧାରଣ ଙ୍କୁ ମହାମାରୀ ବିଷୟରେ ସଚେତନ କରାଇବେ ସେଥି ପାଇଁ ପରାମର୍ଶ ଦେବା ସହ ପରବର୍ତ୍ତୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ ଅନୁସାରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅନୁଦାନରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କପଡ଼ା ମାସ୍କ ସମସ୍ତ ପଞ୍ଚାୟତରେ ବଣ୍ଟନ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିମୟୀ ସୁନ୍ଦରାୟ,ସରପଞ୍ଚ ରୀନାରାଣୀ ବେହେରା , ସଂଘମିତ୍ରା ପାଲ, ଇତିଶ୍ରୀ ଚଂପତି, ସମିତି ସଭ୍ୟ ଭଗବାନ ସାହୁ, ରଜନୀ ଦାସ, ଗଜେନ୍ଦ୍ର ବେହେରା,ଲିପନ ପ୍ରଧାନ, ସମାଜ ସେବୀ ସୁବାସ ସୁନ୍ଦରାୟ,କୃଷ୍ଣଚନ୍ଦ୍ର ସାହୁ, ଆଲୋକ ସାହୁ, ମନୋରଞ୍ଜନ ମହାନ୍ତି, କୁତାର୍ଥ ପ୍ରଧାନ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।