ଏଣିକି ଶସ୍ତା ହେବ ଆଳୁ ଦର, ପଶ୍ଚିମବଙ୍ଗରୁ ଆସିଲା ଆଳୁ
ଆଳୁ ଆସିବା ନେଇ ଆରମ୍ଭ ହେଲାଣି ରାଜନୀତି

ରାଜ୍ୟରେ ଦେଖାଦେଇଥିବା ଆଳୁ ଯୋଗାଣ ସମସ୍ୟା ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ।ଏହି ଅସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମଗୁଡ଼ିକ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ।
ଆଳୁ ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ୟାର ଯଥା ଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ମମତା ବାନାର୍ଜୀଙ୍କୁ ନବୀନ ବାବୁ ଚିଠି ଲେଖି ଅନୁରୋଧ କରିବା ପରେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସିଛି । ଆଳୁ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ନିଶାନା ସାଧିଛି କଂଗ୍ରେସ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ।ଏହି ଅସ୍ଥାୟୀ ସମସ୍ୟାର ସମାଧାନ ପାଇଁ ଯୋଗାଣ ମନ୍ତ୍ରୀ ଗୋଦାମଗୁଡ଼ିକ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଆଳୁ ଦର ନିୟନ୍ତ୍ରଣ ଏବଂ ଯୋଗାଣ ସମସ୍ୟାର ଯଥା ଶୀଘ୍ର ସମାଧାନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆମଦାନୀ ସ୍ବାଭାବିକ ହୋଇଛି । ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଥିବା ବେଳେ ଦଳ ସ୍ବାଭାବିକ ହେଉଛି । ପଶ୍ଚିମବଙ୍ଗରୁ ଆରୁ ଆସୁନଥିବାରୁ ଦର ବଢ଼ିଥିଲା । ଏବେ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି । ଆଉ ବଜାର ଦର ଧୀରେ ଧୀରେ ସ୍ବାଭାବିକ ହେଉଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ସେପଟେ ବିଜେଡି କହିଛି ପଶ୍ଚିମବଙ୍ଗ ଆଳୁ ଛାଡ଼ିବା ନେଇ ନବୀନଙ୍କ ଚିଠି ପରେ ପଡ଼ିଛି ପ୍ରଭାବ । ଆଜି ଆଳୁ ଗାଡ଼ି ଆସିଛି । ମମତା ବାନାର୍ଜୀଙ୍କୁ ନବୀନ ବାବୁ ଚିଠି ଲେଖି ଅନୁରୋଧ କରିବା ପରେ ଆଳୁ ଗାଡ଼ି ଆସିଛି । ତେଣୁ ନବୀନ ବାବୁଙ୍କ ଚିଠିର ପ୍ରଭାବ ରହିଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ।
କଂଗ୍ରେସ ମଧ୍ୟ ଆଳୁ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ ନିଶାନା କରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଉଭୟ ବିଜେଡି-ବିଜେପି ୯ବର୍ଷ ମିଶିକି ଥିଲେ । ଆଳୁ ମିଶନ ଫେଲ୍ ମାରିଲା । ୨୪ବର୍ଷ ଭିତରେ କିଛି ହୋଇ ପାରିଲା ନାହିଁ । ଦର ନିୟନ୍ତ୍ରଣ ନେଇ କେନ୍ଦ୍ରର ବି ଦାୟିତ୍ବ ରହିଛି ବୋଲି କହିଛନ୍ତି ତାରା । ଆଜି ବି ଲୋକେ ବଜାରରୁ ଚଢ଼ା ଦରରେ ଅର୍ଥାତ୍ କିଲୋ ପିଛା ୪୦ରୁ ୫୦ ଟଙ୍କା ଦେଇ ଆଳୁ କିଣିଛନ୍ତି । ତେଣୁ ଏପର୍ଯ୍ୟନ୍ତ ଆଳୁ ଦର କମିନଥିଲେ ମଧ୍ୟ ଆଳୁକୁ ନେଇ ବଢ଼ିଛି ରାଜନୀତି ।