ଆସିଲା ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା। ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପୋଷ୍ଟମୋର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।

ରାଇମୋହନଙ୍କ ଶରୀରରେ ଦେଖାଯାଇଥିବା କିଛି କ୍ଷତଚିହ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏହି ଦ୍ପନ୍ଦ୍ୱକୁ ମଧ୍ୟ ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଅଭିନେତାଙ୍କ ଦେହରେ ହୋଇଥିବା କ୍ଷତ ଚିହ୍ନ ମୃତ୍ୟୁ ପୂର୍ବର ହ୍ୟାଙ୍ଗିଙ୍ଗ ଯୋଗୁଁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି ।

Leave a comment