ବିଚ୍ଛିନ୍ନାଞ୍ଚଳରେ ପୋଷ୍ଟର ଲଢ଼େଇ

0

ଓଡିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ
ଚାଲିଛି ପୋଷ୍ଟର ଲଢ଼େଇ। ଯୋଡ଼ାମ୍ବ ଓ ପଣସପୁଟ ପଞ୍ଚାୟତର ବିଭିନ୍ନ ସ୍ଥାନରେ ନକ୍ସଲ ସହିତ ବିରୋଧୀ ପୋଷ୍ଟର ଏବଂ ବ୍ୟାନର ଦେଖିବାକୁ ମିଳିଛି। ପ୍ରଶାସନର ସହାୟତା ଠାରୁ ବିଚ୍ଛିନ୍ନାଞ୍ଚଳବାସୀ ଦୂରେଇ ରହିବା ପାଇଁ ନକ୍ସଲ ପୋଷ୍ଟରରେ କଡ଼ା ଚେତାବନୀ ଦିଆଯାଇଛି। ଏହାସହ ଜନ୍ତୁରାଇ ଗାଁରେ ନକ୍ସଲ ସହଯୋଗୀ ଆଡ଼ମା ଓ ଜିପ୍ରୋ ଉପରେ ଆକ୍ରମଣ ପଛରେ ପୁଲିସର ହାତ ଅଛି ବୋଲି ଲେଖାଯାଇଥିବା ବେଳେ ଏହାର ନେତୃତ୍ୱ ନେଇଥିବା ଚୈତନ, ଗୋବିନ୍ଦ, ମନୁ ଓ ପ୍ରହ୍ଲାଦଙ୍କୁ ସୁନିଶ୍ଚିତ ଦଣ୍ଡ ମିଳିବ ବୋଲି କହିଛନ୍ତି। ପୁଲିସ ସେମାନଙ୍କୁ କେତେ ଦିନ ସୁରକ୍ଷା ଦେବ ବୋଲି ବି ଏଥିରେ ଉଲ୍ଲେଖ ରହିଛି।

Leave a comment