ରାଜ୍ୟରେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ, ପୁରୀ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଆଗୁଆ

0

ରାଜ୍ୟରେ ଆରମ୍ଭ ହୋଇଛି ପୋଷ୍ଟାଲ ବାଲାଟ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁଯାୟୀ, ପୁରୀ ଲୋକସଭା ଓ ବିଧାନସଭା ଆସନରେ ବିଜେପି ଆଗୁଆ ଚାଲିଛି। ବିଜେପି ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ଓ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଛନ୍ତି। ସୂଚନାନୁଯାୟୀ, ପୁରୀ ଲୋକସଭା କ୍ଷେତ୍ରରେ ୧୨ ଶହ ପୋଷ୍ଟାଲ ବାଲାଟ୍ ପଡିଛି।

ବର୍ତ୍ତମାନର ଗଣତିରେ ସମ୍ବିତ ପାତ୍ରଙ୍କୁ ୧୪୨ ଭୋଟ୍ ମିଳିଛି। ସେହିପରି ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ୩୬ ଓ କଂଗ୍ରେସ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକଙ୍କୁ ମାତ୍ର ଗୋଟିଏ ଭୋଟ୍ ମିଳିଛି। ସେପଟେ ସତ୍ୟବାଦୀରେ ବିଜେଡି ଆଗୁଆ ରହିଛି। କରେଣ୍ଟ ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଆଗୁଆ ରହିଛନ୍ତି।

Leave a comment