ଧରାହେଲେ ଡାକ ମାଷ୍ଟର

0

ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ଠାରେ ଥିବା ଡାକଘରର ଡାକପାଳ ସଞ୍ଚୟ ଅର୍ଥ ଲୁଟ୍‌ ଓ ଆତ୍ମସାତ ଅଭିଯୋଗରେ ଆଜି ପୁଲିସ ଗିରଫ କରିଛି । ଏମ୍‌.ପି.ଭି -୭୧ ଗ୍ରାମର ନନି ଗୋପାଳ ବିଶ୍ୱାସ ଓ ତାଙ୍କ ପତ୍ନୀ ୨୦୧୫ ମସିହାରେ ଭେଜାଙ୍ଗୱାଡାର ଡାକ ଘର ଶାଖାରେ ସଞ୍ଚୟ ଖାତା ଖୋଲି ମୋଟ ୨୫ ହଜାର ଟଙ୍କା ଜମା କରିବା ସହ ପରବର୍ତି ସମୟରେ ମୋଟ ୮୦ ହଜାର ଟଙ୍କା ଜମା କରିଥିଲେ । ପରେ ଗତ ୨୦୧୮ ମସିହାରେ ପୁଣି ଏକ ଆର.ଡି ଖାତା ଖୋଲି ୨୦ ହଜାର ଟଙ୍କା ଜମା କରିଥିଲେ । ପରେ ଶ୍ରୀ ବିଶ୍ୱାସ କାଲିମେଳା ଉପ ଡାକଘରକୁ ଯାଇ ଭେଜାଙ୍ଗିୱାଡ଼ା ଡାକଘର ଶାଖାରେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ଯାଞ୍ଚ କରିବାରୁ ତାଙ୍କର ମାତ୍ର ୩୧୬୩ ଟଙ୍କା ଥିବା ଜାଣିବାକୁ ପାଇଥିବା ବେଳେ ଅନ୍ୟ ଆକାଉଣ୍ଟଗୁଡିକ ଡାକଘର ଶାଖାରେ ନଥିବା ଜାଣିବାକୁ ପାଇଥିଲେ । ଏହି ଅର୍ଥ ଭେଜାଙ୍ଗୱାଡା ଶାଖାର ଡାକପାଳ ମନ ପୂଜାରି ଜମାକାରୀଙ୍କୁ ଠକି ଅର୍ଥ ଆତ୍ମସାତ କରିଥିବା ଜାଣିବାକୁ ପାଇ କାଲିମେଳା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏ ସମ୍ପର୍କରେ ପୁଲିସ କାଲିମେଳା ଥାନା କେସ୍‌ ନମ୍ବର ୧୩୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି କାଲିମେଳା ପୁଲିସ ଡାକପାଳ ଶ୍ରୀ ପୂଜାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏଥିପୂର୍ବରୁ ମଧ୍ୟ ଅଭିଯୁକ୍ତ ଅର୍ଥ ଲୁଟ୍‌ ଓ ଆତ୍ମସାତ୍‌ କରିଥିବା ଅଭିଯୋଗରେ କାଲିମେଳା ଥାନାକେସ୍‌ ନମ୍ବର ୪୯ ରେ ମାମଲା ରୁଜ୍ଜୁ ହୋଇଥିବା କାଲିମେଳା ଥାନା ଭାରପ୍ରାପ୍ତ ନିରିକ୍ଷକ ଜଗଦିଶ ବାରା କହିଛନ୍ତି ।

Leave a comment