ଅପରେସନ ଗଜରାଜ ଉଦ୍ଧାର: ଡ଼ଙ୍ଗା ବୁଡି ଲୋକପ୍ରିୟ ସାମ୍ବାଦିକ ଅରିନ୍ଦମ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାନଦୀ ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଥିବା ଦୁଃଖଦ ଘଟଣାରେ ଓଟିଭିର ଲୋକପ୍ରିୟ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ତାଙ୍କ ସହିତ କ୍ୟାମେରାମ୍ୟାନ ପ୍ରଭାତ ସିଂହାଙ୍କ ସମେତ ୭ ଜଣ ମଧ୍ୟ ଅସୁସ୍ଥ ଅଛନ୍ତି ।
ସୂଚନା ଅନୁଯାୟୀ, ହାତୀକୁ ଉଦ୍ଧାର କରିବାକୁ ଓଡ୍ରଫ ଟିମ ସହ ୮ଜଣ ଏକ ବୋଟରେ ପାଣି ଭିତରକୁ ଯାଇଥିଲେ। ଏହି ସମୟରେ ହାତୀଟି ବୋଟ ଆଗକୁ ଚାଲି ଆସିବାରୁ ପାଣିର ପ୍ରଖର ସୁଅରେ ଡଙ୍ଗାଟି ବୁଡି ଯାଇଥିଲା। ସେଥିରେ ଥିବା ସମସ୍ତ ଯାତ୍ରୀ ପାଣିରେ ଭାସି ଯାଇଥିଲେ। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ସମସ୍ତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ୬ ଜଣକୁ ଉଦ୍ଧାର କରାଯାଇଛି। ତେବେ ଜଣେ ଓଡ୍ରାଫ ଟିମ କର୍ମଚାରୀଙ୍କର ପତ୍ତା ମିଳିପାରିନାହିଁ। ତେବେ ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍ ସଦସ୍ୟ ବୁଡି ଯାଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ୪ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ସାମ୍ବାଦିକ ଅରିନ୍ଦମଙ୍କ ଅବସ୍ଥା ଗୁରୁତର ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।