ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା ତରକାରୀ

0

ସାମଗ୍ରୀ : ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମ, ପୋଈ ଶାଗ- ୧୨-୧୪ଟି ପତ୍ର, ରିଫାଇନ ତେଲ- ଅଧା କପ୍, ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟା, ରସୁଣ- ଗୋଟିଏ, ସୋରିଷ – ୨ ବଡ଼ ଚାମଚ, ଜିରା – ଅଧା ଚାମଚ, ଶୁଖିଲା ଲଙ୍କା – ୭ଟା, ଟମାଟୋ – ୨ଟା, ଲୁଣ – ସ୍ଵାଦ ଅନୁସାରେ, ହଳଦି- ୧ ଚାମଚ, ଲଙ୍କା ଗୁଣ୍ଡ – ଅଧା ଚାମଚ
ପ୍ରସ୍ତୁତି ପ୍ରଣାଳୀ : ଚିଙ୍ଗୁଡ଼ିକୁ ଭଲକରି ସଫା କରି ଦିଅନ୍ତୁ । କଡେଇକୁ ଗରମ କରି ୪ ଚାମଚ ତେଲ ପକାଇ ବିଙ୍ଗୁଡି ପକାଇ ୧ ଛୋଟ ଚାମଚ ହଳଦି ଓ ଅଳ୍ପ ଲୁଣ ଦେଇ ଭାଜନ୍ତୁ । ଭଲକରି ଭାଜି ହୋଇଗଲା ପରେ ଚିଙ୍ଗୁଡିକୁ କାଢ଼ି ଅଲଗା ରଖି ଦିଅନ୍ତୁ । ତାପରେ ଶୋରିଷ, ୪ ପାଖୁଡ଼ା ରସୁଣ, ୪ଟି ଶୁଖିଲା ଲଙ୍କା ଓ ଜିରାକୁ ଭଲ ଭାବରେ ବାଟି ଦିଅନ୍ତୁ । କଡ଼େଇରେ ତେଲ ପକାନ୍ତୁ, ତେଲ ଗରମ ହେଲା ପରେ ୧ ଚାମଚ ଫୁଟଣ ପକାନ୍ତୁ ଓ ସେଥିରେ କଟା ପିଆଜ ଓ ୭ କୋଲା ରସୁଣ ଦେଇ ହାଲକା ଭାବେ ଭାଜନ୍ତୁ । ଏବେ ଏଇ ଭଜାରେ ଶୋରିଷ ବଟା ଦିଅନ୍ତୁ ଓ ଭାଜନ୍ତୁ । ଏବେ ଏଥିରେ କଟା ଟମାଟୋ ଦେଇ ସ୍ଵାଦ ଅନୁସାରେ ଲୁଣ, ଅଳ୍ପ ହଳଦି, ଅଳ୍ପ ଲଙ୍କା ଗୁଣ୍ଡ ଦେଇ ଢ଼ାଙ୍କି ଦିଅନ୍ତୁ । ଏବେ ଢ଼ାଙ୍କୁଣୀ କାଢ଼ି ସେଥିରେ ଚିଙ୍ଗୁଡ଼ି ପକାଇ ଭଲକରି ମିଶାଇ ଦିଅନ୍ତୁ । ତାପରେ ଏଥିରେ ଗୋଟିଏ କପ ପାଣି ଦିଅନ୍ତୁ । ପୁଣି ଫୁଟି ଗଲା ପରେ ଏଥିରେ ପୋଈ ପତ୍ରକୁ ଚୁନା ଚୁନା କାଟି ପକେଇ ଦିଅନ୍ତୁ । ଦୁଇ ମିନିଟ୍ ପରେ ଚୂଲାରୁ ଓହ୍ଲାଇ ଆଣି ଗରମ ଗରମ ପରଶି ଦିଅନ୍ତୁ।

Leave a comment