ବୁଥ୍‌ରେ ଟଳିଲେ ପୋଲିଂ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ବୁଥ୍‌ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅଧିନସ୍ଥ ୪୧ ନମ୍ବର ବୁଥରେ ଘଟିଛି ଏଭଳି ଅଘଟଣ ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅଧିନସ୍ଥ ୪୧ ନମ୍ବର ବୁଥରେ ହିନ୍ଦୋଳ ଅଞ୍ଚଳର ନବକିଶୋର ନାୟକ ପୋଲିଂ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ । ନବକିଶୋର ନିଜ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି ।

Leave a comment