ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ: ସମୀର ମହାନ୍ତି
ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ । ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅପଚେଷ୍ଟା । ପ୍ରଶ୍ନ ପଚାରିବାରୁ ପ୍ରାୟୋଜିତ ରେଡ୍ କରାଯାଇଛି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହା ଗ୍ରହଣୀୟ ନୁହେଁ । ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ଗଣତନ୍ତ୍ରର ହତ୍ୟା କରାଯାଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ପ୍ରତିଶୋଧ ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି । ପ୍ରଶ୍ନ ପଚାରିବାର ଅଧିକାରକୁ ନାଲିଆଖି ଦେଖାଇ କ୍ଷୁଣ୍ଣ କରାଯାଉଛି ।