ନିଜର ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଉପନିର୍ବାଚନ ଲାଗି ପ୍ରଚାର କରୁଥିବା ବେଳେ ଦେଇଥିବା ନିଜର ମନ୍ତବ୍ୟ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି ଯେ ତାଙ୍କର ମନ୍ତବ୍ୟ ପାଇଁ ଗଭୀର ଦୁଃଖିତ । ଦିବଙ୍ଗତ ମଦନ ମୋହନ ଦତ୍ତଙ୍କ ପାଇଁ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ମାନସ ତାଙ୍କର ପୁଅ ଭଳି ଏବଂ ଯଦି ତାଙ୍କ ମନ୍ତବ୍ୟ ମାନସଙ୍କୁ ଆଘାତ ଦେଇଥାଏ, ତେବେ ସେଥିଲାଗି ସେ ଗଭୀର ଦୁଃଖିତ। ମଦନ ମୋହନ ଦତ୍ତଙ୍କ ସହ ତାଙ୍କର ବନ୍ଧୁତା ଥିଲା ବୋଲି ବି କହିଛନ୍ତି। ସୂଚନାଯୋଗ୍ୟ, ବିଜେପି ପ୍ରାର୍ଥୀ ତଥା ବାଲେଶ୍ୱରର ଦିବଙ୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପନିର୍ବାଚନକୁ ଏକ ସୁଯୋଗ ବୋଲି କହିବା ତାଙ୍କୁ ଆଘାତ ଦେଇଛି। ଜଣେ ନେତାଙ୍କ ମୃତ୍ୟୁକୁ ସୁଯୋଗ କହିବା ଆଘାତ ଦେଇଛି ବୋଲି ବିଜେପି ପ୍ରାର୍ଥୀ କହିଥିଲେ ।
ଉଲ୍ଲେଖଯୋଗ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ନିନ୍ଦା କରିଛନ୍ତି।