କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦଙ୍କୁ ରାତିରେ ଉଠାଇ ନେଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୌନ ଶୋଷଣ ଅଭିଯୋଗ ରେ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଗତକାଲି ରାତି ୧୧ର ବେଳେ ଉଠାଇ ନେଇଛି କେନ୍ଦ୍ରାପଡା ଟାଉନ ଥାନା ପୋଲିସ ।

ସୂଚନା ଅନୁଯାୟୀ, ପ୍ରମୋଦ କୁମାର ସାହୁ ନିଜ ଅଧିନସ୍ଥ ଜଣେ ମହିଳା କର୍ମଚାରୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିଥିଲା । ଏହି କେଳେଙ୍କାରୀର ଅଡିଓ ଟେପ ମଧ୍ୟ ସାମ୍ନାକୁ ଆସିଛି । ପୀଡିତା ଜଣକ ଅନେକ ଦିନ ତଳୁ ଯୌନ ଶୋଷଣ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଜିଲ୍ଲାପାଳ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ କମିଟିକୁ ଦେଇଥିଲେ ।

ଅପରପକ୍ଷରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତାଳାପର ଅଡିଓ ଟେପ ଯାଞ୍ଚ ପାଇଁ ଫରେନସିକ୍ ଲାବକୁ ପଠାଇଛି ।

Leave a comment

You cannot copy content of this page