ସାଦା ପୋଷାକରେ ପୋଲିସର ଚଢ଼ାଉ, ୧୫.୮୦ ଗ୍ରାମ ବ୍ରାଉନସୁଗର ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ରାଜଧାନୀ ର ଲଷ୍ମୀସାଗର ଅଞ୍ଚଳରୁ ଜବତ ହେଲା ବ୍ରାଉନସୁଗର । କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ଥାନାର ମିଳିତ ସହଯୋଗରେ ଲୋକନାଥ ମଜୁମଦାର ନାମକ ଜଣେ ବ୍ରାଉନସୁଗର ବେପାରି କୁ ଗିରଫ କରାଯାଇଛି । ଲୋକନାଥ ଠାରୁ ୧୫.୮୦ ଗ୍ରାମ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗର ର ଦାମ ପାଖାପାଖି ୩ ଲକ୍ଷ ଟଙ୍କା ହେବ । ଲୋକନାଥ ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ବିକ୍ରି କରୁଥିବା ସମୟରେ କୁଇକ ଆକ୍ସନ ଟିମ ତାଙ୍କୁ ଗିରଫ କରିଥିଲା । ତଦନ୍ତ ସମୟରେ ଜାଣିବାକୁ ପାଇଥିଲା କି ଲୋକନାଥ ଏହି ବ୍ରାଉନସୁଗର ବୁଦ୍ଧେଶ୍ୱରୀ ଅଞ୍ଚଳରେ ରହୁଥିବା ତାଙ୍କ ସାଙ୍ଗ ଙ୍କ ଠାରୁ ଆଣିଥିଲେ । ଏହି ଖବର ପାଇବା ପରେ ସାଦା ପୋଷାକରେ ପୋଲିସ ସେ ଘରେ ପଶି ସର୍ଚ୍ଚ କରିଥିଲା । ପୋଲିସ ସଦା ପୋଷାକରେ ଥିବାରୁ ତାଙ୍କୁ ନକଲି ପୋଲିସ ବୋଲି ସମସ୍ତେ ଭାବିଥିଲେ । ପରେ ଏ ସବୁ ଘଟଣା ସାମ୍ନାକୁ ଆସିଥିଲା ।

Leave a comment