ମଦ ପିଇ ଶୋଇଥିଲେ ଏସଆଇ, ନିଲମ୍ବନ କଲେ ଏସପି

0

ଓଡିଶା ଫାଷ୍ଟ( ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନାର ମଦ୍ୟପ ଏସ୍ଆଇଙ୍କୁ ନିଲମ୍ବନ କରିଛନ୍ତି ଏସପି। ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ ମଦ ପିଇ ମାତାଲ୍ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କ କାନ୍ଧରେ ହାତ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କ ସହ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ଯୁକ୍ତତର୍କ କରିଥିଲେ। ଏହାପରେ ସେମାନେ ଏସ୍‌ଆଇଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଖାଲି ସେତିକି ନୁହେଁ ଏଘଟଣା ସଂପର୍କରେ ବି ସେମାନେ ଏସପିଙ୍କୁ ସୂଚନା ଦେଇଥିଲେ। ଏସପିଙ୍କ ନିର୍ଦେଶକ୍ରମେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏସ୍‌ଆଇଙ୍କୁ ନେଇ ଘରେ ଛାଡ଼ିଥିଲେ। ଏସପି ଗତକାଲି ରାତିରେ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନଙ୍କୁ ନିଲମ୍ବନ କରିଥିଲେ। ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ନିଜ ଟ୍ୱିଟର୍ ପେଜରେ ଟୁଇଟ୍ କରିଥିଲେ ଏସ୍‌ପି।

Leave a comment
<p>You cannot copy content of this page</p>