ହସ୍ତାନ୍ତର ମେଳାରେ ୯୨ ମୋବାଇଲ ଫେରାଇଲା ପୁଲିସ

0

ଭୁବନେଶ୍ୱର : ମଙ୍ଗଳବାର ଭୁବନେଶ୍ୱର ଡିସିପି ଅଫିସ୍ରେ ଏକ ମୋବାଇଲ ହସ୍ତାନ୍ତର ମେଳା ଆୟୋଜିତ ହୋଇଥିଲା । ଏହି ମେଳାରେ ରାଜଧାନୀର ବିଭିନ୍ନ ସ୍ଥାନରୁ ଚୋରି, ଲୁଟ୍ ହୋଇଥିବା ୯୨ଟି ଜବତ ମୋବାଇଲକୁ ପୁଲିସ ଅସଲିମାଲିକଙ୍କୁ ହସ୍ତାନ୍ତର କରିଛି । ଏଠାରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିସିପି ପ୍ରତୀକ ଗୀତା ସିଂ ଉପସ୍ଥିତ ରହି ଲୋକଙ୍କୁ ସେମାନଙ୍କ ମୋବାଇଲ ଫେରାଇଥିଲେ ।

ସୂଚନା ଅନୁଯାୟୀ, ରାଜଧାନୀରେ ଘଟୁଥିବା ଷ୍ଟ୍ରିଟ୍ କ୍ରାଇମକୁ ରୋକିବାକୁ ଡିସିପିଙ୍କ ଟିମ୍-୬୦ କାର୍ଯ୍ୟ କରୁଛି । ଏହି ଟିମ୍ ସହିଦନଗର, କ୍ୟାପିଟାଲ, ଖଣ୍ଡଗିରି, ଭରତପୁର, ଚନ୍ଦକା, ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ଏୟାରଫିଲ୍ଡ, ଜଟଣୀ, ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଥିବା ଲୁଟ୍ ଓ ଚୋରିର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ମୋବାଇଲଗୁଡ଼ିକ ଜବତ କରିଥିଲା ।
ପରେ ଏକ ମେଳା ଆୟୋଜନ କରାଯାଇ ମୋବାଇଲଗୁଡ଼ିକୁ ହସ୍ତାନ୍ତର କରାଯାଇଛି । ଏଥିସହ ଚୋରି, ଛିନତାଇ ଓ ହଜିଥିବା ମୋବାଇଲ୍ ସମ୍ପର୍କରେ ସୂଚନା ପାଇବା ପାଇଁ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ସହାୟତା ନମ୍ବର-୭୦୭୭୭୯୮୧୧୧ ରେ ଆଇଏମ୍ଇଆଇ ନମ୍ବର ସହ ନାମ ଓ ଠିକଣା ହ୍ୱାଟସ୍ଆପ କରିବାକୁ କୁହାଯାଇଛି ।

Leave a comment