ପୁଲିସ ଘରେ ପୋଲିସର ଚଢ଼ଉ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳାଖେମୁଣ୍ଡିର ଦୁଇ ଜଣ କନଷ୍ଟେବଲ୍‌ଙ୍କ ଘରେ ଆଜି ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।

ସୂଚନା ଅନୁଯାୟୀ, ପାରଳାଖେମୁଣ୍ଡିର ରଞ୍ଜିତ ଲିମ୍ମା ଓ ତନୁଜ ସାବତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇ ସେମାନଙ୍କ ସମ୍ପତ୍ତିର ଆକଳନ କରାଯାଉଛି । ରଞ୍ଜିତ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ୍‌ ସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ତନୁଜ ସାବତ ପୁଲିସ ଆର.ଆଇ ଅଫିସ୍‌ରେ କାର୍ଯ୍ୟ କରୁଛନ୍ତି ।

Leave a comment