ଓଡ଼ିଶାର ୧୪ଜଣ ପାଇବେ ପୁଲିସ ପଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସାରାଦେଶରେ ସ୍ୱାଧୀନତା ଦିବସ ପାଳନ କରାଯିବାକୁ ଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଦେଶର ସୁରକ୍ଷା ପାଇଁ କାମ କରୁଥିବା ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ସମ୍ମାନିତ କରାଯିବାକୁ ଥିବା ପୁଲିସ କର୍ମଚାରୀଙ୍କ ସୂଚୀ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି। ଓଡିଶାରୁ ୧୪ଜଣଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ପ୍ରଦାନ ଲାଗି ମନୋନୀତ କରାଯାଇଛି । ୧୪ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ଲାଗି ପୁଲିସ ପଦକ ଦିଆଯିବା ସହ ୨ଜଣଙ୍କୁ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପ୍ରଦାନ କରାଯିବ।