ପୋଲିସ ଇନଫର୍ମର ସନ୍ଦେହ: ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର

0

ବରଗଡ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କିଛି ଦୋକାନୀଙ୍କୁ ତାଗିଦ କରି ବରଗଡ ଜିଲ୍ଲା ଅଞ୍ଚଳରେ ଲଗାଯାଇଛି ମାଓ ବ୍ୟାନର । ଏହି ମାଓ ପୋଷ୍ଟର ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ଲଗାଯାଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରୁ କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ଏହାକୁ ନେଇ ମଧ୍ୟ ପୋଷ୍ଟରରେ ଚେତାବନୀ ଦିଆଯାଇଛି ।

ସଦସ୍ୟଙ୍କ ନାଁ, ଗାଁ ସହ କିଛି ତଥ୍ୟ ପୋଲିସ୍ କୁ ନଦେବା ପାଇଁ କୁହାଯାଇଛି । ଏହା ଛଡ଼ା ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ତାଙ୍କୁ ସନ୍ଦେହ କରି ପୋଲିସକୁ ଖବର ଦେଉଛନ୍ତି ଦୋକାନୀ ତେଣୁ ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ । ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ ଦେଇଛନ୍ତି ମାଓବାଦୀ ସଂଗଠନ ।

ବିଭିନ୍ନ ଗ୍ରାମର କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ କରୁଛନ୍ତି । ସେମାନଙ୍କ ନାମ ଓ ଗ୍ରାମର ନାମ ଲେଖା ହୋଇଛି ଏବଂ ସୁଧୁରିଯିବା ପାଇଁ ଚେତାବନୀ ଦେଇଛନ୍ତି ମାଓବାଦୀ ।

Leave a comment