ରଥତଳେ ଫସିଥିବା କିଛି ଲୋକଙ୍କୁ ବଞ୍ଚାଇଲେ ପୋଲିସ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ପୁଲିସ ଅଧିକାରୀ ନିଜ ଜୀବନର ବାଜି ଲଗାଇ କିଛି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏଭଳି ଏକ ଘଟଣା ଗତକାଲି ରଥଟଣା ବେଳେ ଯାଜପୁର ରେ ଘଟିଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଜାରକାରେ ରଥଟଣା ଚାଲିଥିବା ବେଳେ କିଛି ଲୋକ ରଥଚକ ତଳକୁ ଚାଲିଆସିଥିଲେ । ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ନିଜ ଜୀବନ କୁ ବାଜି ଲଗାଇ ସଙ୍ଗେ ସଙ୍ଗେ ନିଜେ ରଥ ଚକ ତଳକୁ ଯାଇ ରଥକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ସେଥିରେ ସେ ସଫଳ ମଧ୍ୟ ହୋଇଥିଲେ। ରଥ ଅଟକିବା ପରେ ଚକତଳେ ଫସିରହିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହାପରେ ସ୍ୱାଭାବିକ ଭାବରେ ରଥଟଣା ହୋଇଥିଲା । ଧର୍ମଶାଳା ଥାନା ଅଧିକାରୀ ଉମାକାନ୍ତ ନାୟକ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁତ ବଡ଼ ଅଘଟଣ କୁ ଏଡ଼ାଇ ଦିଆଯାଇ ପାରିଛି।