ଧାରଣା ରତ ଚାଷୀଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦିଲ୍ଲୀ ସିଂଘୁ ସୀମାରେ ଧାରଣାରତ ଚାଷୀଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଆଜି ଆଉ ଏକ ମାମଲା ରୁଜୁ କରିଛି। ଧାରଣାସ୍ଥଳରେ ସାମାଜିକ ଦୂରତା ମାନିନଥିବା ଅଭିଯୋଗରେ ପୁଲିସ ଏହି ମାମଲା ରୁଜୁ କରିଛି। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୁଲିସ ଚାଷୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସେହିପରି ସଂଘୁ ସୀମାରେ ନେତୃତ୍ୱ ନେଉଥିବା ୨ ଆଇପିଏସ ଅଫିସରଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆଇସୋଲେସନରେ ପଠାଯାଇଛି। ସେହିପରି ଧାରଣାସ୍ଥଳରେ ଅନ୍ୟ ଅଧିକାରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି।
ସେପଟେ ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଭାରତୀୟ କିଷାନ ୟୁନିଅନ। ସଂସଦରେ ପାରିତ ହୋଇଥିବା ବିଲକୁ ରଦ୍ଧ କରିବାକୁ ଆବେଦନ ହୋଇଛି। ଅନ୍ୟପଟେ ୧୬ ଦିନରେ ପହଞ୍ଚିଛି ଚାଷୀମାନଙ୍କ ଧାରଣା।