ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ । ବଲାଙ୍ଗୀର ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହ ଖପ୍ରାଖୋଲ ମାଓ ପ୍ରବଣ ଅଞ୍ଚଳ ବୁଲି ଦେଖିବେ । ଏହାସହ ବଲାଙ୍ଗୀର ଟାଉନ ଥାନା ସହ ବିଭିନ୍ନ ଥାନା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ବିଏସଏଫ ହେଲିକାପ୍ଟରରେ ଆସି ରିଜର୍ଭ ପୋଲିସ ପଡିଆରେ ଓହ୍ଲାଇଥିଲେ ।

ବର୍ତ୍ତମାନ ଏକ ବୈଠକରେ ଆଇନଶୃଙ୍ଖଳା, ମାଓ ଗତିବିଧି ସମ୍ପର୍କରେ ଆଲୋଚନା କରିବେ । ଏଥିସହ ବଲାଙ୍ଗିର ଆଦର୍ଶ ଥାନା, ସଦର ଥାନା ବୁଲିବେ । ପରେ ମାଓ ଅଞ୍ଚଳ ଖପ୍ରାଖୋଲ ଯିବାର କର୍ଯ୍ୟକ୍ରମ ରହିଛି ।

Leave a comment