ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋଟିଏ ଦିନ ପରେ ସାଧାରଣତନ୍ତ୍ର ଦିବସ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ସରିଛି ଫୁଲ ଡ୍ରେସ ପରେଡ଼ ଅଭ୍ୟାସ । ଏହାକୁ ପୋଲିସ ଡିଜି ସୁନିଲ୍ ବଂଶଲ ତଦାରଖ କରିଥିଲେ । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ପରେଡ ପରିଚାଳନା ‌ସମ୍ପର୍କରେ ତଦାରଖ ମଧ୍ୟ ସେ କରିଛନ୍ତି । ସରିଲା ଫୁଲ ଡ୍ରେସ ପରେଡ ଅଭ୍ୟାସ, ଗ୍ରାଉଣ୍ଡ ପରଖିଲେ ପୋଲିସ ଡିଜି. ଚଳିତ ବର୍ଷ ପରେଡ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୫ମ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ରହିବେ। ଟ୍ରାଫିକ ବ୍ୟବସ୍ଥା ଉପରେ ଫୋକସ ଦିଆଯିବା ସହ ସମ୍ପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ ।ସିସିଟିଭି ନଜରରେ ରହିବ ପୁରା ଗାନ୍ଧିମାର୍ଗ । ବନ୍ଧୁକ ଧାରି ପୋଲିସ କର୍ମଚାରୀ ମଧ୍ୟ ନିଯୋଜିତ ରହିବେ । ଏଥର ପରେଡ଼ରେ ୩ଟି ବ୍ରାସବ୍ୟାଣ୍ଡ ସହ ମୋଟ ୧୦ଟି କଣ୍ଟିଜେନ ଅଂଶଗ୍ରହଣ କରିବେ । ପ୍ରଥମ ଥର ପାଇଁ BSF ପରେଡରେ ଭାଗନେବେ । କୋଭିଡ଼ କଟକଣା ପାଇଁ ପ୍ରଜ୍ଞାପନ ମେଢ ଏବଂ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ପରେଡ଼ରୁ ବାଦ କରାଯାଇଛି । ଅନ୍ୟପଟେ ପରେଡ଼ରେ ଭାଗ ନେଉଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ

Leave a comment