ବଚସାରୁ କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଚାଉଳିଆ ଗାଁରେ ଗତକାଲି ରାତିରେ ବଚସାକୁ ନେଇ ଜଣେ କନଷ୍ଟେବଳଙ୍କୁ ଗୁଳିକରି ହତ୍ୟା କରାଯାଇଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆରବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ପ୍ରକାଶ ଥାଉକି, ଗତକାଲି ରାତିରେ ମେଲଣ କାର୍ଯ୍ୟକ୍ରମକୁ ନେଇ ଗାଁର ସଭାପତି ଶ୍ରୀକାନ୍ତ ସାହୁଙ୍କ ଭାଇଙ୍କ ସହ କନଷ୍ଟେବଲଙ୍କ ବଚସା ହୋଇଥିଲା। ଗାଁ ସଭାପତି ଉତକ୍ଷିପ୍ତ ହୋଇ ଗୁଳି ଚଳାଇଥିଲେ। ଗୁଳିଟି ରାମଚନ୍ଦ୍ରଙ୍କ ବାମ ପଟ ଛାତିରେ ବାଜିଥିଲା। ତାଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକର ଏକ ଘରୋଇ ନର୍ସିଂ ହୋମକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଁରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ପୁଲିସ୍ ମୁତୟନ କରାଯାଇଛି। ଘଟଣା ପରେ ଅଭିଯୁକ୍ତ ଶ୍ରୀକାନ୍ତ ଫେରାର ହୋଇଯାଇଛି।