ଆତ୍ମହତ୍ୟା କଲେ ପୋଲିସ କନେଷ୍ଟବଳ, କାରଣ ଅସ୍ପଷ୍ଟ
ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଆଇଆରବି ବାଟାଲିୟନର ପୋଲିସ କନେଷ୍ଟବଳ । ମୃତ କନେଷ୍ଟବଳ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ପୋଲିସ ବିଭାଗର ଆଇଆରବି ବାଟାଲିୟନରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ହାଲଦାର ନିଜ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । କିଛି ବର୍ଷ ତଳେ ମାଲକାନଗିରି ଜିଲ୍ଲା ଏମଭି ୪୨ ଗ୍ରାମରେ ସୁଶାନ୍ତ ବିବାହ କରିଥିଲେ । ତେବେ ଶୁକ୍ରବାର ସକାଳେ ଗାଁର କାଳୀମନ୍ଦିର ନିକଟ ଏକ ବର ଘଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଗ୍ରାମବାସୀମାନେ ଦେଖିଥିଲେ । ମୃତଦେହ ଦେଖିବା ପରେ ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ ।
ସୂଚନା ପାଇବା ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଉଁ କାରଣରୁ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ମାଲକାନଗିରି ପୋଲିସ ।