ରୋଡ ବ୍ଲକିଂ କରି ରାସ୍ତା ଜଗିଛି ପୋଲିସ, ଭିତରେ ବୁଲୁଛନ୍ତି ଚୋର ଗ୍ୟାଙ୍ଗ, କିପରି କରୁଛନ୍ତି ଚୋରି ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁର୍ଗାପୂଜା ସୂଚାରୁ ରୂପେ ପରିଚାଳନା କରିବାକୁ କମିଶନରେଟ ପୋଲିସ ଜୋରସୋରରେ ଚେଷ୍ଟା ଚଳାଇ ରୋଡ ବ୍ଲକିଙ୍ଗ ରେ ବ୍ୟସ୍ତ ଅଛି । ଟାଉନ ଭିତରେ କିନ୍ତୁ ଧ୍ୟାନ କମ । ଏହାର ଫାଇଦା ଉଠାଇ ମଲ, ଦୋକାନ ଓ ମାର୍କେଟରେ ଚୋର ଗ୍ୟାଙ୍ଗ ପୁରା ସକ୍ରିୟ । ଟିକେ ଅନ୍ୟମନସ୍କ ହେଲେ ପକେଟ ପୁରା ସଫା ।

ସୂଚନା ଅନୁଯାୟୀ, ଦୁର୍ଗାପୂଜା ସମୟରେ ଯେଭଳି କୌଣସି ଅଘଟଣ ବା ବିଶୃଙ୍ଖଳା ସୃଷ୍ଟି ନହୁଏ, ସେଥିପ୍ରତି ପୋଲିସ ବିଶେଷ ଧ୍ୟାନ ଦେଇଛି । ପେଷାଦାର ଅପରାଧୀ ଗିରଫଦାରୀକୁ ଜୋରଦାର କରିଥିବା ବେଳେ ରୋଡ ବକ୍ଲିଂ ଓ ଗାଡିମୋଟର ଯାଞ୍ଚକୁ ଜୋରଦାର କରିଛି । ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦ୍ବିତନଗରୀ ଭୁବନେଶ୍ୱର ଓ କଟକରେ ତଲାସୀ ଅଭିଯାନ ଜାରି ରହିଛି । ଗତ ୪ଦିନ ଅର୍ଥାତ ୯ ତାରିଖ ମଧ୍ୟରେ ମୋଟ ୪୪ଜଣଙ୍କୁ ଜାମିନବିହୀନ ଗିରଫ ପରୱାନା ବଳରେ ଗିରଫ କରାଯାଇଛି । ସେହିପରି୧୫ଜଣ ପେଶାଦାର ଅପରାଧୀଙ୍କୁ ସିଆରପିସି ଦଫା ୧୧୦ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ସମୟରେ ୩୭ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ମୋର୍ଟ ୫ଲକ୍ଷ ୧୦ ହଜାର ୧୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ବିଶେଷ କରି ଦୁଇ ସହରରେ ନାଇଟ ବ୍ଲକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ଥାନା ଇଲାକାରେ ଥିବା ସମ୍ବେଦନଶୀଳ ଛକରେ ପୋଲିସ ଗାଡି ମୋଟର ଯାଞ୍ଚ କରୁଛି । ଏହି ସମୟରେ ସନ୍ଦିଗ୍ଧଙ୍କୁ ପୋଲିସ ପଚରାଉଚରା କରିବା ସହ ଆବାଶ୍ୟକ ସ୍ଥଳରେ ସେମାନଙ୍କୁ ଗିରଫ କରାଯାଉଛି । ରାତି ୧୧ଟାରୁ ଭୋର ପର୍ଯ୍ୟନ୍ତ ଏହି ବ୍ଲକିଂ କରାଯାଉଛି । ବ୍ଲକିଂ ବେଳେ ଏକାଧିକ ଛୋଟମୋଟ ଅପରାଧୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।

ପୋଲିସ ର ଏତେ ପ୍ରଚେଷ୍ଟା ପରେ ମଧ୍ୟ ଟାଉନ ଭିତରେ ଚୋର ଗ୍ୟାଙ୍ଗ ସକ୍ରିୟ । ମଲ, ମାର୍କେଟ ଓ ଦୋକାନରେ ପୂଜା ପାଇଁ ହେଉଥିବା ଭିଡର ଫାଇଦା ଉଠାଇ ଲୁଟିନେଉଛନ୍ତି ଲୋକଙ୍କ ପଇସା, ଦାମି ଜିନିସ । ଏଭଳି ଏକ ମହିଳା ଚୋରଗ୍ୟାଙ୍ଗର ଶିକାର ହୋଇଛନ୍ତି ଜଣେ ମହିଳା । ସେ ନିଜ ଜିନିଷ କିଣିବାରେ ବ୍ୟସ୍ତ ଥିବା ସମୟରେ ତାଙ୍କୁ ଏହି ମହିଳା ଚୋରଗ୍ୟାଙ୍ଗ ର ସେ ଶିକାର ହୋଇଛନ୍ତି । ତାଙ୍କ ଅନ୍ୟମନସ୍କତା ର ଫାଇଦା ଉଠାଇ ଲୁଟି ନେଇଛନ୍ତି ତାଙ୍କ ବ୍ୟାଗ । ବ୍ୟାଗ ଭିତରେ ତାଙ୍କର ନଗଦ ଟଙ୍କା, ଏ.ଟି.ଏମ କାଡ଼, କ୍ରେଡିଟ କାଡ଼ ଓ ଅନ୍ୟାନ୍ୟ ଜରୁରୀ କାଗଜ ଥିବା ଜଣାପଡିଛି । କୌଣସି ପୋଲିସ ଅଧିକାରୀ ଙ୍କ ଏଥିପ୍ରତି ଦୃଷ୍ଟି ନଥିବାରୁ । ଚୋରଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇଛି ।

Leave a comment