ପୋଲିସ କବ୍ଜାରେ ରାଜଧାନୀର ଯୌନ ପିପାସୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ କବ୍ଜାରେ ରାଜଧାନୀର ଯୌନ ପିପାସୁ । ଗତକାଲି ସନ୍ଧ୍ୟାରେ ପୋଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି । ବର୍ତ୍ତମାନ ଅଭିଯୁକ୍ତର ନାଁ ପ୍ରକାଶ କରିବାକୁ ମନାକରିଛି ପୋଲିସ । ପୋଲିସ କହିବା ମୁତାବକ, ଅଭିଯୁକ୍ତକୁ ପିଡ଼ିତା ଚିହ୍ନଟ କରିବା ପରେ ଅଭିଯୁକ୍ତର ନାଁ ପ୍ରକାଶ କରାଯିବ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉକ୍ତ ବ୍ୟକ୍ତି ଜଣକ ଏକ ଫଳ ବ୍ୟବସାୟୀ ।

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ସାଇକେଲ୍‌ରେ ଟ୍ୟୁସନ ଯିବା ସମୟରେ ଏହି ଯୌନ ପିପାସୁ ଅନେକ ସମୟଧରି ଝିଅଟିର ପିଛା କରିଥିଲା । ଝିଅଟିକୁ ଶବର ସାହି ଲେନରେ ଏକୁଟିଆ ପାଇ ତାସହ ଅସଦାଚରଣ କରିଥିଲା । ନାବାଳିକା ଜଣକ ଜୋରରେ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ଏହିସବୁ ଘଟଣା ସିସିଟିଭିରେ କଏଦ ହୋଇଥିଲା । ଏନେଇ ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇପାରିନଥିଲା ।

ଏହି ଖବର ରାଜଧାନୀ ରେ ପ୍ରଚାର ହେବାମାତ୍ରେ କମିଶନରେଟ ପୋଲିସ ଉପରେ ଉପରେ ଚାପ ପଡିଥିଲା । ସିସିଟିଭି ଯଞ୍ଚ କରିବା ପରେ ବହୁ ପରିଶ୍ରମ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

Leave a comment