ପୁଲିସ ଓ ମାଓବାଦୀ ମୁହାଁମୁହିଁ : ୧୪ ପୁଲିସ ଆହତ, ୧୩ ନିଖୋଜ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ବିଳମ୍ୱିତ ରାତିରେ ଛତିଶଗଡ଼ରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଗୁଳି ବିନିମିୟ ବେଳେ ୧୪ ଜଣ ପୁଲିସ ଆହତ ହୋଇଛନ୍ତି। ବିଳମ୍ବିତ ରାତିରେ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳର କୋରଜଗୁଡା ପାହାଡ ନିକଟରେ ରାତି ପ୍ରାୟ ୨.୩୦ ସମୟରେ ଏହି ଏନକାଉଣ୍ଟର ହୋଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।
ସୂଚନାଯୋଗ୍ୟ, ଗୁଳିବିନିମୟ ପରେ ୧୩ ଜଣ ସୁରକ୍ଷା କର୍ମୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି। ଏନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଚିନ୍ତାଗୁମ୍ଫା ନିକଟରେ ଥିବା ଏଲମଗୁଣ୍ଡାରେ ମାଓବାଦୀ ଲୁଚି ରହିଥିବା ନେଇ ପୁଲିସ ସୂଚନା ପାଇଥିଲା।

ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ, ସ୍ପେଶାଲ ଟାସ୍କ ଫୋର୍ସ ଏବଂ କୋବ୍ରା କମାଣ୍ଡର ମିଳିତ ଅପରେସନ ଆରମ୍ଭ କରିଥିଲେ। ମୋଟ୍ ୧୫୦ ଜଣ ଏହି ଅପରେସନରେ ସାମିଲ୍ ଥିବା ସୂଚନା ରହିଛି। ହେଲେ ରାୟପୁରଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ଥିବା ଏଲମାଗୁଣ୍ଡା ନିକଟସ୍ଥ କୋରଜଗୁଡା ନିକଟରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ରୁ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ଆକଳନ କରାଯାଉଛି।

Leave a comment