ଶେଷରେ ଓକିଲ ଓ ପୋଲିସ ଙ୍କ ମହାଭାରତ ଯୁଦ୍ଧର ଅନ୍ତ ଘଟିଲା, ଆସନ୍ତା କାଲିରୁ କାର୍ଯ୍ୟରେ ଯୋଗଦେବେ ଓକିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅଢେଇ ମାସ ଧରି ଚାଲିଥିବା ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କାଲିଠାରୁ ସ୍ୱାଭାବିକ ଭାବରେ ନିଜ କାର୍ଯ୍ୟ ରେ ଯୋଗଦେବେ ଆଇନଜୀବୀ । ଏହି ବିବାଦ ପାଇଁ ଦାଇଥିବା ୨ଜଣ କନଷ୍ଟେବଲ ଓ ଜଣେ ହାବିଲଦାର ଆଜି ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିବା ପରେ ଦୀର୍ଘ ଅଢେଇ ମାସ ପରେ ଏହି ବିବାଦର ସମାଧାନ ହୋଇଛି । ଏହାକୁ ନେଇ ହାଇକୋର୍ଟ ଓକିଲ ସଂଘ ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, କଟକରେ ଜଣେ ଓକିଲଙ୍କୁ ପୁଲିସ୍‌ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ ଚଳାଇଥିଲେ । ଏଥିଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରୁ ନଥିଲା । ଏହାର ସମାଧାନ ଲାଗି ପୂର୍ବରୁ ଅନେକ ଥର ଚେଷ୍ଟା କରାଯାଇଥିଲା । ଓକିଲମାନଙ୍କ ଆନ୍ଦୋଳନ ଯୋଗୁ ଜେଲ୍‌ରେ ଅଭିଯୁକ୍ତଙ୍କ ସଂଖ୍ୟା ବଢି ଚାଲିଥିଲା । ତେଣୁ ସରକାରଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ମଧ୍ୟ କରାଯାଇଥିଲା ।

Leave a comment