ଲଗାଣ ବର୍ଷାରେ ଭୁଷୁଡିଲା ପୋଲ, ଯାତାୟତ ଠପ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷାରେ ଭୁଷୁଡିଲା ପୋଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ ଶାଳପଡ଼ା ଛକ ଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଷୁଡି ପଡିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି। ଖବର ଅନୁଯାୟୀ, ଲାଗି ରହିଛି ଲଗାଣ ବର୍ଷା । ମଙ୍ଗଳବାର ସକାଳ ସମୟରେ ପୋଲଟି ହଠାତ୍‌ ଭୁଷୁଡି ପଡିଥିଲା । ଯାହାଫଳରେ ଏହି ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୦ ଖଣ୍ଡ ଗାଁ ଲୋକେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବିଗତ କିଛି ବର୍ଷ ହେବ  ବର୍ଷା ସମୟରେ ବାରମ୍ବାର ପୋଲ ଭାଙ୍ଗୁଥିବା ରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Leave a comment