ପରଲୋକରେ ବିପ୍ଳବୀ କବି ରବି ସିଂ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବିପ୍ଳବୀ କବି ରବି ସିଂଙ୍କର ଆଜି ପରଲୋକ ହୋଇଯାଇଛି। କଟକସ୍ଥିତ ଖପୁରିଆ ବାସଭବନରେ ଭୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ କଟକ ବଡ଼ ଡାକ୍ତରଖାନାରେ ମାସେରୁ ଅଧିକ ଦିନ ଭର୍ତ୍ତି ହୋଇଥିଲେ। କବି ରବି ସିଂହ ଅପ୍ରୀତିକର କବିତା’‘ଭଙ୍ଗା ହାତର କବିତା’‘ପଥପ୍ରାନ୍ତର କବିତା’, ‘ବିଷବାଣୀ’ ‘ପଦାତିକ’, ‘କ୍ଷତ’, ‘ଲାଲ୍ ପାଗୋଡ଼ାର ପ୍ରେତ’,ଓ ‘ସର୍ବହରା’ ଭଳି ଏକାଧିକ ପୁସ୍ତକର ପ୍ରଣେତା। ଓଡ଼ିଆ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ମସିହାରେ ତାଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୧୯୬୧ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

Leave a comment