ରେଲଓ୍ବେ ଷ୍ଟେସନରେ ନିର୍ମାଣ ହେଲା ପ୍ରଥମ ପଞ୍ଚତାରକା ହୋଟେଲ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ରେଲୱେର ରୂପରେଖ ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ରେଳୱେ ଏକ ନୂତନ କୀର୍ତ୍ତିମାନ ହାସଲ କରି ରେଲୱେ ଷ୍ଟେସନ ଓ ରେଲୱେ ଟ୍ରାକ୍ ଉପରେ ଏହାର ପ୍ରଥମ ପାଞ୍ଚ ତାରକା ହୋଟେଲ ନିର୍ମାଣ କରିଛି। ଗୁଜୁରାଟର ଗାନ୍ଧିନଗର କ୍ୟାପିଟାଲ୍ ଷ୍ଟେସନକୁ ଭାରତୀୟ ରେଲୱେ ଦ୍ୱାରା ସମ୍ପୂର୍ଣ୍ଣ ରୂପେରେଖାରେ ନିର୍ମାଣ କରାଯାଇଛି, ଯାହାକି ବିଶ୍ୱସ୍ତରୀୟ ତଥା ଅତ୍ୟାଧୁନିକ । ଯାତ୍ରୀମାନଙ୍କ ସୁବିଧା ପାଇଁ ଏଠାରେ ଅତ୍ୟାଧୁନିକ ସୁବିଧାସୁଯୋଗ ମଧ୍ୟ ରହିଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ପୁନଃନିର୍ମାଣ ହୋଇଥିବା ଗାନ୍ଧିନଗର ରେଳ ଷ୍ଟେସନ ଉପରେ ନୂତନ ଭାବେ ନିର୍ମିତ ପଞ୍ଚ ତାରକା ହୋଟେଲ ଏବଂ ଅନ୍ୟାନ୍ୟ ବଡ଼ ପ୍ରକଳ୍ପର ଉଦଘାଟନ କରିବେ। ଏହା ଭର୍ଚୁଆଲ୍ ଇଭେଣ୍ଟରେ ପିଏମ ମୋଦୀ ଗାନ୍ଧିନଗର-ବାରାଣାସୀ ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ଏବଂ ଗାନ୍ଧିନଗର-ବରେଥା ମେମୁ ଟ୍ରେନକୁ ମଧ୍ୟ ଫ୍ଲାଗ୍ ଦେଖାଇବେ। ଗାନ୍ଧିନଗରର ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହିବେ। ଏହା ସହ ଗାନ୍ଧିନଗର ରାଜଧାନୀ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଏକ ଉତ୍ତମ ଅନୁଭବ ପ୍ରଦାନ ପାଇଁ ବିଶେଷ ପ୍ରକାରର ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି।