ଏପ୍ରିଲ ୧ରେ ମୋଦି ଓ ୪ରେ ରାହୁଲଙ୍କ ଓଡ଼ିଶା ଗସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଏପ୍ରିଲ ୪ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଦକ୍ଷିଣ ଓଡ଼ିଶାରେ ଆୟୋଜିତ ଏକ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସଭାରେ ରାହୁଲ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବେ । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ନିର୍ବାଚନ ତାରିଖ ପାଖରେ ଥିବା ବେଳେ ରାହୁଲଙ୍କ ଓଡ଼ିଶା ଗସ୍ତ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକେଇବ ।

ସେହିପରି ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ଦୁଇ ଜାତୀୟ ଦଳର ନେତାଙ୍କ ଓଡ଼ିଶା ଗସ୍ତ ରାଜ୍ୟ ରାଜନୀତି ଉପରେ ନିଶ୍ଚିତ ଭାବେ ପକାଇବ ବୋଲି ଚର୍ଚ୍ଚା ହେଉଛି ।

Leave a comment

You cannot copy content of this page