ଶିବଙ୍କ ସରଣରେ ମୋଦି, ପ୍ରଥମେ କେଦାରନାଥ ଓ ପରେ ବଦ୍ରିନାଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ସାରିଯାଇଛି ସପ୍ତମ ଓ ଶେଷ ପର୍ଯ୍ୟାୟ ନିର୍ବାଚନ । ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀରେ ନିଜର ଦ୍ୱିତୀୟଥର ଭାଗ୍ୟ ପରୀକ୍ଷା କରିଛନ୍ତି । ଏହି ପରକ୍ଷାରେ ପୁଣିଥରେ ସଫଳ ହୋଇ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାବା କେଦାରନାଥଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଥିଲେ । କେଦାରନାଥଙ୍କ ପୂଜାର୍ଚ୍ଚନା ପରେ ହିମାଳୟର ନିବୁଜ ଗୁମ୍ଫାରେ ଧ୍ୟାନ ମୁଦ୍ରାରେ ଆଜି ସକାଳ ଯାଏଁ ପ୍ରାୟ ୧୫ ଘଣ୍ଟା ଧ୍ୟାନରେ ବସିଥିଲେ ।

ଗତ ୩ବର୍ଷ ଭିତରେ ଚତୁର୍ଥ ଥର ପାଇଁ ବାବା କେଦାରନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି କେଦାରନାଥରୁ ବାହାରି ବଦ୍ରିନାଥରେ ପହଞ୍ଚି ଥିଲେ । ଦୀର୍ଘ ୬ମାସର ଶୀତ ଅବକାଶ ପରେ ଗତ ୧୦ ତାରିଖରେ ବଦ୍ରିନାଥ ମନ୍ଦିର ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା । ବଦ୍ରିନାଥଙ୍କ ପୂଜାର୍ଚନା ପରେ ତୁଳସୀ ପତ୍ର ମାଳ ପକାଇ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ବାହାରକୁ ଆସିଥିବା ଦେଖିବାକୁ ମିଳିଥିଲା ।

Leave a comment