ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଚୀନ ବିରୋଧରେ କଡା ପଦକ୍ଷେପ ନେବ ଭାରତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଏବଂ ଅନ୍ତ୍ରର୍ଜାତୀୟ ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ସହିତ ପ୍ରାୟ ଅଧଘଣ୍ଟାଏ ଧରି ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ସୂଚନା ରହିଛି। ରାଷ୍ଟ୍ରପତି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରି ଗୁଲଓ୍ୱାନ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି।
ଅନ୍ୟପଟେ ଚୀନ ସହିତ ବଢ଼ୁଥିବା ବିବାଦକୁ ଦେଖି ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ସୂଚନା ରହିଛି। ରାଷ୍ଟ୍ରପତି ତିନି ସେନାର କମାଣ୍ଡର। ତେଣୁ ପ୍ରଧାନମନ୍ତ୍ରୀ ଲେହ ଗସ୍ତ ସାରି ଫେରିବା ପରେ ସେନାର ସ୍ଥିତି ନେଇ ରାମନାଥ କୋବିନ୍ଦଙ୍କୁ ଅବଗତ କରାଇଥିବା ସୂଚନା ରହିଛି।

Leave a comment