ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ପ୍ରତ୍ୟାହାର ହେବ ତିନି କୃଷି ଆଇନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପ୍ରତ୍ୟାହାର ହେବ ତିନି କୃଷି ଆଇନ। ଦେଶକୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁ ନାନକ ଦେବଙ୍କ ଜୟନ୍ତୀରେ କେନ୍ଦ୍ରସରକାର କୃଷି ଆଇନ ହଟାଇବା ନେଇ ସେ ସ୍ପଷ୍ଟ କରିଛନ୍ତି। ୨୦୨୦ ମସିହାରେ ସଂସଦରେ ବିଲ ପାସ ହେବାପରେ ମୋହର ମାରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପରେ ଏହି ନୂତନକୃଷି ଆଇନକୁ ନେଇ ଦେଶରେ ଏକ ପ୍ରକାର ଆନ୍ଦୋଳନ ଜାରି ରହିଥିଲା।
ଗୁରୁ ନାନକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧନ କରିବା ସହ ସମସ୍ତ ଆନ୍ଦୋଳନରତ କୃଷକଙ୍କ ପାଇଁ ଏହି ଘୋଷଣା କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ନେଇଥିବା ଏକ ବଡ଼ ପଦକ୍ଷେପରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଛି। ତେଣୁ ଏଭଳି ଏକ ମହତକଂକ୍ଷା ଆଇନକୁ କେନ୍ଦ୍ର ସରକାର ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୋର ସମସ୍ତ ଚାଷୀ ବନ୍ଧୁଙ୍କୁ ମିନତି ଆଜିର ଏପରି ପବିତ୍ର ଦିନରେ ଦେଶରୁ ଚାଷୀ ଆଇନ ହଟାଇବା କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଆପଣମାନେ ନିଜ ନିଜ ଘରକୁ ଫେରି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଛନ୍ତି। ଆମ ତପସ୍ୟାରେ କମି ରହିଗଲା । କୃଷକଙ୍କ ସ୍ୱାର୍ଥ ସାଧନରେ ଆଇନରେ ପରିଣତ ହୋଇଥିଲା ତିନୋଟି କୃଷି ଆଇନ। କୃଷକଙ୍କ ଆୟ ବୃଦ୍ଧି, ଏମଏସପି ବୃଦ୍ଧି, ବଜାରରେ ଉତ୍ପାଦିତ ଶସ୍ୟର ମୂଲ୍ୟ ବୃଦ୍ଧି କରିବା ସହିତ କୃଷି ଉତ୍ପାଦିତ ପଦାର୍ଥକୁ ବିଶ୍ୱ ବଜାରରେ ପହଁଚାଇବା ଥିଲା କୃଷି ଆଇନର ଲକ୍ଷ୍ୟ। ସେଥିପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ବିଲକୁ ସଂସଦରେ ପାରିତ କରିଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ବିଲରେ ପରିଣତ ହୋଇଥିଲା । କିନ୍ତୁ ଏହି ନୂତନ କୃଷି ଆଇନକୁ କୃଷକ ସଂଗଠନ ଗୁଡ଼ିକ ବିରୋଧ କରିଥିଲେ। ଏମିତିକି ବର୍ଷାଧିକ କାଳ ଆନ୍ଦୋଳନ ଜାରି ରଖିଥିଲେ କୃଷକ ସଂଗଠନ। ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଯାହା କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଦ୍ୱିଧାରେ ପକାଇଥିଲା। ତେବେ ଆଜି ଶୀଖ ଧର୍ମଗୁରୁ ନାନକଙ୍କ ଜୟନ୍ତୀରେ ଦେଶକୁ ସମ୍ବୋଧନ କରିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସମସ୍ତ ଚାଷୀଙ୍କ ଆଗରେ ଦୁଃଖ ପ୍ରକାଶ କରିଥିଲେ। ଏବଂ ଆନ୍ଦୋଳନରୁ ହଟିବା ପାଇଁ ନିବେଦନ କରିଥିଲେ । ଆଜି ଭଳି ପବିତ୍ର ଦିବସରେ ସମସ୍ତ ଚାଷୀ ଭାଇ ନିଜ ନିଜ ଘରକୁ ଫେରିବା ସହ ପୁଣି ଥରେ କ୍ଷେତକୁ ଯିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଥିସହ ଦଃଖ ପ୍ରକାଶ କରି କହିଥିଲେ, ତିନି କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହର କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ତେଣୁ ଚଳିତ ମାସରେ ହେବାକୁ ଥିବା ସଂସଦ ଅଧିବେସନରେ ଏନେଇ ସାମ୍ବିଧାନିକ କାର୍ଯ୍ୟ କରାଯିବ।