ପାର୍ଲାମେଣ୍ଟରେ ବିଜେଡିର ପ୍ରଶଂସା କଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାର୍ଲାମେଣ୍ଟ ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ ବିଜେଡି ଓ ଏନସିପିର ଖୁବ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଶୃଙ୍ଖଳାରେ ବିଜେଡି ଓ ଏନସିପି ଲୋକଙ୍କ ହୃଦୟ ଜିତିବ ।

ସୂଚନା ଅନୁଯାୟୀ, ରାଜ୍ୟ ସଭାର ୨୫୦ତମ ଅଧିବେଶନର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦି କହିଥଲେ, କୌଣସି ପ୍ରସଙ୍ଗରେ ଗୃହର ମଧ୍ଯ ଭାଗକୁ ନ ଆସି ମଧ୍ୟ ପ୍ରତିବାଦ କରାଯାଇ ପାରିବ । ବିଜେଡି ଓ ଏନସିପି ଗୃହର ମଧ୍ୟ ଭାଗକୁ ଆସନ୍ତି ନାହିଁ କି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ନାହିଁ । ସେମାନେ ପାର୍ଲାମେଣ୍ଟର ନିୟମକୁ ସଠିକ ଭାବେ ପାଳନ କରିଥାନ୍ତି । ସେଥିପାଇଁ ଶୃଙ୍ଖଳାରେ ବିଜେଡି ଓ ଏନସିପି ଲୋକଙ୍କ ହୃଦୟ ଜିତି ପାରିଛନ୍ତି ।

Leave a comment