ପିଏମ୍ କିଷାନ ନିଧି ଯୋଜନା, ଚାଷୀ ତାଲିକା ଦେବେ ରାଜ୍ୟ ସରକାର, ୬ହଜାର ବଦଳରେ ୧୦ହଜାର ଦିଅ: ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍ କିଷାନ ନିଧି ଯୋଜନାରେ ସାମିଲ ହେବ ଓଡିଶା । ଗୁରୁବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପିଏମ୍ କିଷାନ ନିଧି ଯୋଜନାରେ ଓଡ଼ିଶା ସାମିଲ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୩ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାର ଏହି ତାଲିକା କେନ୍ଦ୍ରକୁ ପଠାଇବେ ବୋଲି ସେ କହିଛନ୍ତି । ଏହି ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଚାଷୀମାନେ ୨ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପାଇବେ । ପିଏମ୍ କିଷାନ ନିଧି ଯୋଜନା ଓ୍ବେବସାଇଟରେ ସମସ୍ତ ଚାଷୀଙ୍କ ନାମ ତାଲିକା ପ୍ରକାଶ ପାଇବ । ତେବେ ଚାଷୀଙ୍କୁ ୬ହଜାର ଲେଖାଏଁ ସହାୟତା ରାଶି ବଦଳରେ ୧୦ହଜାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି ।

Leave a comment