ପ୍ରଧାନମନ୍ତ୍ରୀ ଶ୍ରେୟ ନେଇଯିବା ଭୟରେ ପିଏମ୍‌ କିଷାନ ନିଧି ଯୋଜନା କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ ସରକାର : ଭାଜପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ସାରା ଦେଶରେ ଲାଗୁ କରାଯାଇଛି । ମାତ୍ର ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ ନକରିବା ପରି ଏହି ଯୋଜନାକୁ ଲାଗୁ କଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରେୟ ନେଇଯିବେ ସେଥିଲାଗି ବିଜେଡି ଏହି ଯୋଜନା ଏଠାରେ କାର୍ଯ୍ୟକାରୀ କରୁ ନଥିବା ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ପୃଥ୍ବୀରାଜ କହିଛନ୍ତି ଯେ,  କାଳିଆ ଯୋଜନାରେ ହିତାଧିକାରୀ ଚୟନ ଠିକ୍‌ଭାବେ ହୋଇନାହିଁ । ଭୂମିହୀନ ଲୋକଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ବିଜେଡି ଭୂମିହୀନ ଲୋକଙ୍କ ଅର୍ଥ ନୁହେଁ ବରଂ ଦଳୀୟ ଭିତ୍ତିରେ ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ବସିଛି ବୋଲି ପୃଥ୍ବୀରାଜ କହିଛନ୍ତି । କାଳିଆ ଯୋଜନାରେ ୧୨ଲକ୍ଷ ଚାଷୀଙ୍କୁ ସହାୟତା ଦେବା କଥା ସମ୍ପୂର୍ଣ୍ଣ ମିଥ୍ୟା । ବାସ୍ତବରେ ୩ଲକ୍ଷ ୭୫ହଜାର ଚାଷୀଙ୍କୁ ଅର୍ଥ ମିଳିଛି ବୋଲି ପୃଥ୍ବୀରାଜ କହିଛନ୍ତି ।

Leave a comment

You cannot copy content of this page