ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

0

ଓଡ଼ିଶା ଫାଷ୍ଟ(ହୃଷିକେଶ ମିଶ୍ର): ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ଲୋକାର୍ପିତ କଲେ କେନ୍ଦ୍ର ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନା ଅନୁଯାୟୀ, ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ ଉଦଘାଟିତ ଏହି କୌଶଳ କେନ୍ଦ୍ରରେ ଜୈବିକ କୃଷି, ପାଇପ ମିସ୍ତ୍ରୀ, ସିଲେଇ ଶିକ୍ଷା, ଘରୋଇ ସ୍ୱାସ୍ଥ୍ୟ ସହାୟକ ଏବଂ ବିଜୁଳି ମେକାନିକ ପ୍ରତି କ୍ଷେତ୍ରରେ ପ୍ରତିବର୍ଷ ୨୦୦ ଲେଖାଏଁ ଯୁବକ ଯୁବତୀ ଙ୍କୁ ପ୍ରଶିକ୍ଷିତ କରାଯାଇ ଏହା ମୋଟ ସଂଖ୍ୟା ୧୦୦୦ ହେବ।

ଏହି କେନ୍ଦ୍ରର ପରିଚାଳନା ଓ ସ୍ଥାପନା କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ର ସହଯୋଗୀତା ରେ ଶ୍ରୀ ଶ୍ରୀ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ କରାଯାଇଛି।

ଏହି କ୍ରମରେ ଦକ୍ଷତା ମନ୍ତ୍ରଣାଳୟ ର ଏନ. ଏସ. ଡ଼ି. ସି. ଓ ଶ୍ରୀ ଶ୍ରୀ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ମଧ୍ୟରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଦେଶର ୭ ରାଜ୍ୟ ଆସାମ, ଜାମୁକାଶ୍ମୀର, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିଆଣା ଓ ମଣିପୁରର ୧୭ ଟି ଜେଲ ରେ ୨୦୧୯ ସେପ୍ଟେମ୍ବର ସୁଦ୍ଧା ୮ହଜ଼ାର ୪୦୦ ବନ୍ଦୀଙ୍କ ଦକ୍ଷତା ବିକାଶ କରିବା ଏହାର ଉଧେଷ୍ୟ । ଓଡ଼ିଶାରେ ମଡେଲ ସ୍କିଲ ଭିଲେଜ ପ୍ରତିଷ୍ଠା ସହ ପୃବରୁ ବୃତ୍ତି କରୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରାୟର ଲରନିଂ ପ୍ରମାଣ ପତ୍ର ଦେବା ପାଇଁ ଶ୍ରୀ ଶ୍ରୀ ଟ୍ରଷ୍ଟ କାମ କରିବ।

Leave a comment