ଜାମ୍ମୁ-କଶ୍ମୀର ନେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ରେ ଜାମ୍ମୁ-କଶ୍ମୀରର ପ୍ରମୁଖ ନେତାଙ୍କ ସହ ସର୍ବଦଳୀୟ ବୈଠକ କରିବେ ବୋଲି ପ୍ରକାଶ ପାଇଛି । ଏହି ଅଞ୍ଚଳରେ ରାଜନୈତିକ ଗତିବିଧିକୁ ତ୍ୱରାନ୍ୱିତ କରିବା ସହ ବିଧାନସଭା ନିର୍ବାଚନ ଆୟୋଜନ ଲାଗି କେନ୍ଦ୍ରର ଏହା ପ୍ରୟାସ ବୋଲି କୁହାଯାଉଛି । ୨୦୧୯ ଜାମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପାହ୍ୟା ହଟାଇ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବାପରେ ସରକାରଙ୍କର ଏହା ହେଉଛି ପ୍ରଥମ ପଦକ୍ଷେପ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହା ଓ ଅନ୍ୟ କେନ୍ଦ୍ରୀୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ନ୍ୟାସ୍ନାଲ୍ କନ୍ଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା ମେହମୁବା ମୁଫତି, ଜାମ୍ମୁ-କଶ୍ମୀର ଅପନୀ ପାର୍ଟିର ଅଲତାଫ ବୁଖାରୀ ଏବଂ ପିପୁଲ୍ସ କନଫରେନ୍ସ ମୁଖ୍ୟ ସଜ୍ଜାଦ ଲୋନଙ୍କୁ ବୈଠକକୁ ଆମନ୍ତ୍ରିତ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।